ବଢୁଛି ଋତୁ, ବଢାନ୍ତୁ ରୋଗ ପ୍ରତିରୋଧକ ଶକ୍ତି

Published By : Prameya-News7 Bureau | July 01, 2024 IST

ନୂଆଦିଲ୍ଲୀ ୦୧।୦୭: ସାଂଘାତିକ ଖରା ନ ସରୁଣୁ ଅଚାନକ ବର୍ଷା ଆସିବା ଦ୍ୱାରା  ଥଣ୍ଡାକାଶ ମାମଲା ବଢିପାରେ । ଏହି ସ୍ଥିତିରେ ପିଲାଙ୍କ କ୍ଷେତ୍ରରେ  ଫ୍ଲୁର ଆଶଙ୍କା ବଢିଥାଏ । ସେଥିପାଇଁ ବର୍ଷା ଆସିବା ପୂର୍ବରୁ ନିଜର  ତଥା ପରିବାର ସଦସ୍ୟମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପ୍ରତି ଧ୍ୟାନ ଦେବା ଆବଶ୍ୟକ । ଏହି ସମୟରେ  ରୋଗ ପ୍ରତରୋଧକ କ୍ଷମତାକୁ ମଜଭୁତ କରିବା ପାଇଁ  ଏମିତି କିଛି ଫଳ ସାମିଲ କରିବା ଉଚିତ୍‌, ଯାହା ରୋଗ  ପ୍ରତିରୋଧକ ଶକ୍ତି ବଢାଇବା ସହ ସିଜିନାଲ୍‌ ସଂକ୍ରମଣରୁ  ମଧ୍ୟ ରକ୍ଷା କରିଥାଏ । 

ରସୁଣ

ରସୁଣରେ ଆଣ୍ଟି-ବ୍ୟାକ୍ଟେରିଆଲ୍‌ ଓ ଆଣ୍ଟି ଇନ୍‌ଫ୍ଲାମେଟୋରୀ ଗୁଣ ରହିଥାଏ, ଯାହା ରୋଗ ସହ  ଲଢିବାରେ ସାହାଯ୍ୟ କରିଥାଏ । କ୍ଲିବ୍‌ଲ୍ୟାଣ୍ଡ କ୍ଲିନିକ୍‌  ଅନୁସାରେ, ରସୁଣରେ ଏଲିନ୍‌ ନାମକ ତତ୍ତ୍ୱ  ମିଳିଥାଏ, ଯାହା ଶ୍ୱେତ ରକ୍ତ କଣିକାଗୁଡିକୁ ରୋଗ  ସହ ଲଢିବାରେ ସହଯୋଗ କରିଥାଏ। ଆଣ୍ଟି ଇନ୍‌ଫ୍ଲାମେଟୋରୀ ଗୁଣ କାରଣରୁ ପ୍ରଦାହ  କମ୍‌ କରିଥାଏ । 

ଫ୍ୟାଟି ଫିସ୍‌

ସାଲମନ୍‌, ଟୁନା, ମ୍ୟାକ୍‌ରେଲ୍‌ ପରି ମାଛରେ ଓମେଗା-୩  ଫ୍ୟାଟି ଏସିଡ୍‌ ମିଳିଥାଏ, ଯାହା ଇମ୍ୟୁନିଟି ବ୍ୟବସ୍ଥାକୁ ମଜଭୁତ  କରିଥାଏ । ଏପରିକି ର‌୍ୟୁମାଟଏଡ୍‌ ଆର୍ଥ୍ରାଇଟିସ୍‌ର ଲକ୍ଷଣକୁ କମ୍‌  କରିବାରେ ସହଯୋଗ କରିଥାଏ ।  

ବ୍ରୋକଲି  

ଏଥିରେ ବିଭିନ୍ନ ପ୍ରକାରର ଆଣ୍ଟିଅକ୍ସିଡାଣ୍ଟ ଓ ଭିଟାମିନ୍‌ ମିଳିଥାଏ,  ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିବାରେ  ସହଯୋଗ କରିଥାଏ । ଏହାବ୍ୟତୀତ ଏଥିରେ ଭିଟାମିନ୍‌-ଏ’ ଓ  ଇ’ ମଧ୍ୟ ରହିଥାଏ, ଯାହା ଇମ୍ୟୁନିଟି ବଢାଇଥାଏ ।   

ଦହି

ଦହିରେ ପ୍ରୋବାୟୋଟିକ୍‌ ମିଳିଥାଏ, ଯାହା ଗଟ୍‌ ସ୍ୱାସ୍ଥ୍ୟ ପାଇଁ  ଲାଭଦାୟକ । ଏହାକୁ ଖାଇବା ଦ୍ୱାରା ମାଇକ୍ରୋବାୟୋମ୍‌ ସୁସ୍ଥ  ହେବା ସହ ଭଲ ବ୍ୟାକ୍ଟେରିଆ ସଂଖ୍ୟା ବଢିଥାଏ । କ୍ଲିବଲ୍ୟାଣ୍ଡ  କ୍ଲିନିକ୍‌ ଅନୁସାରେ, ଗଟ୍‌ ସ୍ୱାସ୍ଥ୍ୟ ଓ ଇମ୍ୟୁନିଟି ବ୍ୟବସ୍ଥା ପରସ୍ପର  ସହ ଜଡିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.